‘ଚମତ୍କାର’ର କାର୍ଯ୍ୟକାରିତା
କାହାଣୀର ମର୍ମ: କିଞ୍ଚିତ୍ ଆଲୋକପାତ
ସନ୍ନ୍ୟାସୀଙ୍କ ଉପରେ ଜଗନର ବିଶ୍ବାସ ଏବଂ ନିଜ ପ୍ରଦତ୍ତ ‘ଶବ୍ଦ’ ଉପରେ ସନ୍ନ୍ୟାସୀଙ୍କ ବିଶ୍ବାସ (ସେ ଶବ୍ଦ ତାଙ୍କ ସିଦ୍ଧି ଦ୍ଵାରା ଶକ୍ତିଶାଳୀ) ‘ଚମତ୍କାର’ ସାଧନ କରିଥିଲା । କିନ୍ତୁ ଜଗନ ‘ଶବ୍ଦ’ଟିର ଶକ୍ତି ସମ୍ପର୍କରେ ସନ୍ଦିହାନ ହେବା ମାତ୍ରେ ‘ଚମତ୍କାର’ର ଅବସାନ ଘଟିଲା।
- “‘ଚମତ୍କାର’ର କାର୍ଯ୍ୟକାରିତା”- “ମନୋଜ ଦାସ ପରିବେଷିତ ଉପକଥା ଶତକ: ଯୁଗେ ଯୁଗେ ସାଧୁସନ୍ଥ କଥିତ କାହାଣୀ ସମୂହର ପୁନର୍ବିନ୍ୟାସ”